ବାଣୀବିହାର କ୍ୟାମ୍ପସ ଭିତରୁ ଆତ୍ମହତ୍ୟା ଧମକ ଦେଉଥିବା ଯୁବକ ଉଦ୍ଧାର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ବାଣୀବିହାର କ୍ୟାମ୍ପସ ଭୀତରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରକୁ ଚଢି ଜଣେ ଯୁବକ ଆତ୍ମହତ୍ୟା କରିବାର ଧମକ ଦେଉଥିଲେ । ଦୀର୍ଘ ତିନି ଘଣ୍ଟାର ଉଦ୍ୟମ ପରେ ବ୍ଲୁଣ୍ଟୋ ସ୍କାଏ ଲିପ୍ଟ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଛି ।

ଏଥିରେ ଅଗ୍ନିଶମବାହିନୀ, ମନସ୍ତତ୍ତ୍ଵବିତ୍ ଓ ପୋଲିସ ବାହିନୀ ପ୍ରମୁଖ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ । ଏହି ବ୍ୟକ୍ତି ଜଣକ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ବୋଲି ସୂଚନା ମିଳିଛି । ସେ ଜଣେ ମାନସିକ ବିକୃତ ଥିବା କାରଣରୁ ଯୁବକ ଜଣକ ଏଭଳି ଉନ୍ମକ୍ତ କାଣ୍ଡ ଘଟାଇଥାଇ ପାରନ୍ତି ।

ଆସନ୍ତା କାଲି ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ରହିଛି । ତେଣୁ ଏଥିପାଇଁ ପରିଜା ଲାଇବ୍ରେରୀରେ ରଙ୍ଗ ଲିପା ଚାଲିଥିଲା । ଏହାର ସୁଯୋଗରେ ଯୁବକ ଜଣକ ଛାତ ଉପରକୁ ଚଢିଥିଲେ । ଏହାପରେ ତାଙ୍କୁ ତଳକୁ ଆଣିବା ପାଇଁ ବିଭିନ୍ନ ଉଦ୍ୟମ କରାଯାଇଥିଲା ।

ଦୀର୍ଘ ତିନି ଘଣ୍ଟାର ମାରାଥନ ଅପରେସନ ପରେ ଯୁବକକୁ ଉଦ୍ଧାର କରାଯାଇ ପାରିଥିଲା । କେଉଁ ପରିସ୍ଥିତିରେ ବ୍ୟକ୍ତି ଜଣକ ଉପରକୁ ଚଢିଲେ ତାହା ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।


ସେୟାର କରନ୍ତୁ