ରିଲିଜ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୁଡ଼ ନ୍ୟୁଜ’ର ଟ୍ରେଲର

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୁଡ଼ ନ୍ୟୁଜ’ର ଟ୍ରେଲର ରିଲିଜ ହୋଇଛି । ଏହି ଟ୍ରେଲର କମେଡ଼ି ଡ୍ରାମା ଭରପୁର ହୋଇଥିବାରୁ ଖୁବ ପସନ୍ଦ କରାଯାଉଛି । ଟ୍ରେଲର ରିଲିଜ ହେଉ ହେଉ ଏହାର ଷ୍ଟୋରୀକୁ ନେଇ ଚର୍ଚା ଉଠିଲାଣି ।

କେହି ଏହି ଫିଲ୍ମକୁ ହଲିଓଡ଼ ତ ଆଉ କେହି ଟଲିଓଡ଼ ଫିଲ୍ମର ରିମେକ ବୋଲି କହୁଛନ୍ତି । କିଛି ଲୋକ ଏମିତିବି ଏହାକୁ ବିଲକୁଲ ଅରିଜିନାଲ ବୋଲି କହୁଛନ୍ତି ।କିନ୍ତୁ ଏକ ପପୁଲାର ସୋର କାହାଣୀ ବୋଲି କୁହାଯାଉଛି ।

ଏହି ଶୋର ନାମ ଯେନ ଦ ଵର୍ଜିନ । ଆକ୍ଟର ଗିନା ରୋଡିଗେଜ ଷ୍ଟାରର ଏହି ଶୋକୁ ପାଞ୍ଚ ସିରିଜରେ ପ୍ରସାରିତ କରୁଥିଲେ । ଏହି ଶୋ 2014 – 2019 ଭିତରେ ଆସିଥିଲା । ଶୋ ରିଲିଜ ସାଥିରେ ବିବାଦ ଘେରରେ ଥିଲା । କିନ୍ତୁ ଷ୍ଟୋରି ଖୁବ ବାହାଭା ଲୋଟି ଥିଲା ।

ଶୋର କାହାଣୀ ଆମେରିକାର ଫ୍ଲୋରିଡ଼ା ସହର ମିଆମିରେ ହେଉଥିଲା । ଏଥିରେ ଜେନ ଗ୍ଲୋରିଆନା ଏକ ଧାର୍ମିକ ଝିଅ ଥିଲା ଯିଏ ବିବାହ ପର୍ଯ୍ୟନ୍ତ ନିଜକୁ ଵର୍ଜିନ ରଖିବାର ପଣ ନେଇଥିଲା । କିନ୍ତୁ ଚେକପରେ ଡାକ୍ତର ଆଟ୍ରିଫିସିଆଲି ତାଙ୍କୁ ଗର୍ଭଧାରଣ କରାଇଦେଇଥିଲେ । ଏହା ଉପରେ ଶୋର ପୁରା କାହାଣୀ ଘୁରି ବୁଲୁ ଥିଲା ।

ରାଜ ମେହେତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗୁଡ଼ ନ୍ୟୁଜ’ । ଅକ୍ଷୟ କୁମାର ଓ କରିନା କପୁରଙ୍କ ଯୋଡ଼ି ପୁଣି ଥରେ ବଲିଉଡ଼ ପରଦାରେ ନଜରକୁ ଆସିବ । ଏହି ଫିଲ୍ମଟିକୁ କରଣ ଜୋହର ପ୍ରଡ୍ୟୁସ କରିଛନ୍ତି । ଫିଲ୍ମ ‘ଗୁଡ଼ ନ୍ୟୁଜ’ ପ୍ରେଗନେନ୍ସିକୁ ନେଇ ଆଧାରିତ ହୋଇଛି ।


ସେୟାର କରନ୍ତୁ