ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ସଂପର୍କରେ ସାରା ବିଶ୍ୱ ଏକାଠି ହେବା ଆବଶ୍ୟକ : ନରେନ୍ଦ୍ର ମୋଦୀ

ଦେଶବିଦେଶ
ସେୟାର କରନ୍ତୁ

ନ୍ୟୁୟର୍କ : ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ସଂପର୍କରେ ସମଗ୍ର ବିଶ୍ୱ ଏବେ ଏକାଠି ହୋଇ ଏ ଦିଗରେ କାମ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ନ୍ୟୁୟର୍କଠାରେ ଅନୁଷ୍ଠିତ ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ସୁରକ୍ଷା ସମ୍ମିଳନୀରେ ନିଜର ଅଭିଭାଷଣ ରଖି ମୋଦୀ କହିଛନ୍ତି ଯେ ଭାରତ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ବଚନବଦ୍ଧ । ପ୍ରାୟ 150 ନିୟୁତ ପରିବାରକୁ ଗ୍ୟାସ ସଂଯୋଗ ଦିଆସରିଛି । ଜଳ ସଂରକ୍ଷଣ ଦିଗରେ ଆମେ 50 ନିୟୁତ ଡଲାର ଖର୍ଚ୍ଚ କରିବୁ ।ଦେଶରେ ଆମେ ଇଲେକ୍ଟ୍ରିକ ଯାନବାହାନକୁ ପ୍ରମୋଟ କରୁଛୁ । ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ପଦକ୍ଷେପ ନେଉଛୁ ବୋଲି ମୋଦୀ କହିଛନ୍ତି ।
ହି ସମ୍ମିଳନୀରେ ପ୍ରଥମେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଏଟେରାସ, ତାଙ୍କପରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡନ,ମାର୍ସାଲ ଦ୍ୱୀପର ରାଷ୍ଟ୍ରପତି ହିଲଡା ହେଇନ ଭାଷଣ ଦେଇଥିଲେ । ମୋଦୀଙ୍କ ପରେ ଜର୍ମାନ ଚ୍ୟାନସେଲର ଆଞ୍ଜେଲା ମର୍କେଲ ଭାଷଣ ଦେବେ ।


ସେୟାର କରନ୍ତୁ