ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଦେଶବିଦେଶ
ସେୟାର କରନ୍ତୁ

ୱାଶିଂଟନ:ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିଶୀଘ୍ର ଆଲୋଚନା କରିବେ ବୋଲି କହିଛନ୍ତି । ସେ ସେପ୍ଟେମ୍ବର 22ରେ ହାଓଡି ମୋଦୀ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦୀଙ୍କ ସହ ଗୋଟିଏ ମଂଚରେ ଏକାଠି ହେବେ । ହାଓଡି ମୋଦୀ କାର୍ଯ୍ୟକ୍ରମରେ 50ହଜାରରୁ ଅଧିକ ଭାରତୀୟ-ଆମେରିକୀୟ ଯୋଗ ଦେଵାର ରହିଛି । ଟ୍ରମ୍ପ ସମ୍ବୋଧନ ସେମାନଙ୍କୁ କରିବେ । ଏହାପରେ ସେ ୟୁଏନର ବାର୍ଷିକ ମହାସଭାରେ ଯୋଗଦେବା ପାଇଁ ନ୍ୟୁୟର୍କ ଯିବେ । ତେବେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହ ସେ କେବେ ସାକ୍ଷାତ କରିବେ ସେନେଇ କହିନାହାନ୍ତି ।
ଗତକାଲି ହ୍ୱାଇଟ ହାଉସରେ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେବାକୁ ଯାଇ ଟ୍ରମ୍ପ କହିଥିଲେ ଯେ,ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରିବେ ।ଏହାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବେ । ତାଙ୍କ କାର୍ଯ୍ୟକ୍ରମ ଅନୁସାରେ ଚଳିତ ମାସରେ ନ୍ୟୁୟର୍କରେ ହେବାକୁ ଥିବା ସଂଯୁକ୍ତ ରାଷ୍ଟ୍ରର ମହାସଭା ଅଧିବେଶନରେ ସେ ଇମରାନଙ୍କ ସହ ସାକ୍ଷାତ କରିବେ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି ।


ସେୟାର କରନ୍ତୁ