ଆର ପାରିରେ ଅନିତା ଦାସ…

ସିନେମା
ସେୟାର କରନ୍ତୁ

ଭୁବନେଶ୍ୱର: ଆର ପାରିରେ ବିଶିଷ୍ଟ ସିନେ ଅଭିନେତ୍ରୀ ଅନିତା ଦାସ । ଶୁକ୍ରବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବୟସ ହୋଇଥିଲା । କଟକ ସେଲଟର ଛକ ସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।

କୌଣସି ରୋଗରେ ସେ ପୀଡିତ ନଥିବା ବେଳେ ହଠାତ ଅନିତା ମୃତ୍ୟୁବରଣ କରିବା ଖବର ସମସ୍ତ ସିନେ ପ୍ରେମିଙ୍କୁ ଚକିତ କରିଛି । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତ ଓ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ଶହେରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ମା’ ଭୂମିକାରେ ଅଭିନୟ କରି ସେ ନିଆରା ପରିଚୟ ସୃଷ୍ଟି କରଥିଲେ । ଶେଷ ଦର୍ଶନ ଲାଗି ଚଳଚ୍ଚିତ୍ର ଜଗତର ବହୁ ଅଭିନେତା ଓ ଅଭିନେତ୍ରୀ କଟକ ସ୍ଥିତ ବାସଭବନରେ ପହଁଚିଛନ୍ତି । ଅନିତା ହଠାତ ଚାଲିଯିବା ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ବଡ଼ କ୍ଷତି ବୋଲି ସମସ୍ତେ ମତ ରଖିଛନ୍ତି ।

୧୯୭୫ ମସିହାରେ ସେ ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ଯାଯାବର’ ପାଇଁ ଅଭିନୟ କରିଥିଲେ । ପରେ ‘ପୁଅ ମୋର କଳା ଠାକୁର’ରେ ସେ ଚମତ୍କାର ଅଭିନୟ କରିଥିଲେ । ରାମାୟଣ, ସ୍ୱପ୍ନ ସାଗର, ଗଢ଼ି ଜାଣିଲେ ଘର ସୁନ୍ଦର, ସାଥିରେ, ଓମ ଶାନ୍ତି ଓମ, ଆମ ଭିତରେ କିଛି ଅଛି, ସପଥ ଓ ଅଭୟରେ ସେ ତାଙ୍କ ଅଭିନୟରେ ଦର୍ଶକଙ୍କୁ ମନ ଜିଣିଛନ୍ତି । ତାଙ୍କ କ୍ୟାରିୟରେ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ।


ସେୟାର କରନ୍ତୁ