ମାଟି ପାତ୍ର Archives - Truthink

ଶରୀର ପାଇଁ ମାଟି ପାତ୍ରରେ ରାନ୍ଧିବା ଏବଂ ଖାଇବା କେତେ ସ୍ବାସ୍ଥ୍ୟକର ?
କିଛି ବର୍ଷ ପୂର୍ବରୁ ଗାଁ ଗହଳିରେ ମାଟି ପାତ୍ରରେ ରୋଷେଇ କରିବା ଆମେ ଦେଖିଥିବା । ଏବେ କିନ୍ତୁ ଏହା ଦେଖିବାକୁ ମିଳୁନାହିଁ । ଆଲୁମିନିୟମ, ଷ୍ଟିଲ୍‌ ବାସନରେ ରାନ୍ଧିବା ସମୟରେ ଖାଦ୍ୟ ଅନେକ ଥର ଜଳି ଯାଇଥାଏ । କିନ୍ତୁ କମ୍‌ ନିଆଁରେ ଏକ ମାଟିପାତ୍ରରେ ସଠିକ୍‌ ଭାବରେ ରନ୍ଧା ଯାଇପାରେ । ପିତ୍ତଳ ବାସନକୁସନ ରାନ୍ଧିବା ପାଇଁ ବ୍ୟବହୃତ ହୁଏ । ମାତ୍ର ଏଥିରେ ଖାଦ୍ୟର ପୁଷ୍ଟିକର ଅଂଶ ନଷ୍ଟ ହୋଇଥାଏ । କିନ୍ତୁ ଖାଦ୍ୟ ଯଦି ମାଟିପାତ୍ରରେ ରନ୍ଧାଯିବ ଏବଂ ଏହି ପାତ୍ରରେ ଖିଆଯିବ ଏହା 10 ଗୁଣ ପୁଷ୍ଟିକର ହୋଇଥାଏ । ଯାହା ଆମ ସ୍ବାସ୍ଥ୍ୟ ପାଇଁ ଜରୁରୀ ଅଟେ । ଏହାବ୍ୟତୀତ ଷ୍ଟିଲ୍‌ ଏବଂ ଆଲୁମିନିୟମ ବାସନରେ ରାନ୍ଧିବା ସମୟରେ ତେଲ ଅଧିକ ବ୍ୟବହୃତ ହୁଏ । ଯାହା ଦ୍ୱାରା ଖାଦ୍ୟ ଏବଂ ମସଲା ତଳ ଭାଗରେ ଲାଗି ଥାଏ, କିନ୍ତୁ ମାଟି ହାଣ୍ଡିରେ ଖାଦ୍ୟ ରାନ୍ଧିଲେ ଏହା ଲାଗି ନ ଥାଏ ।

ଡାକ୍ତର ଆମକୁ ମିନେରାଲ୍ସ, ଭିଟାମିନ ଓ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ମାତ୍ର କ’ଣ ଆପଣ ଜାଣନ୍ତି ଖାଦ୍ୟର ମାନ ଓ ଗୁଣ ବୃଦ୍ଧି କରିବାରେ ବାସନର ବିଶେଷ ଭୂମିକା ରହିଥାଏ । ବିଶେଷଜ୍ଞମାନଙ୍କ କହିବା ଅନୁସାରେ ପ୍ରେସର କୁକର ତଥା ଅନ୍ୟାନ୍ୟ ବାସନ ଅପେକ୍ଷା ମାଟି ହାଣ୍ଡିରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଶରୀର ପାଇଁ ଅଧିକ ସ୍ୱାସ୍ଥ୍ୟକର । ମାଟିପାତ୍ରର ଖାଦ୍ୟ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ। ଖାଦ୍ୟ ଧୀରେ ଧୀରେ ପ୍ରସ୍ତୁତ ହେଲେ ତାହା ଶରୀର ପାଇଁ ଅଧିକ ଲାଭପ୍ରଦ ।

ମାତ୍ର ଅନ୍ୟାନ୍ୟ ବାସନରେ ପ୍ରସ୍ତୁତ ହେଉଥିବା ଖାଦ୍ୟରୁ ଅଧିକ ପ୍ରକାରର ପୋଷକ ତତ୍ତ୍ୱ ମିଳିପାରେନି। ମଣିଷ ଶରୀରକୁ ପ୍ରତିଦିନ 18 ପ୍ରକାରର ପୋଷକ ତତ୍ତ୍ୱ ମିଳିବା କଥା, ଯାହା ଆମକୁ ମାଟିରୁ ହିଁ ମିଳିପାରିବ। ପ୍ରେସର କୁକର୍‌ ଆଲୁମିନିୟମର ଅଟେ ଓ ଏହା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ । ମାଟିପାତ୍ର ପ୍ରସ୍ତୁତ ଖାଦ୍ୟ ସୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ ହୋଇଥିବାରୁ ଆଜି ବି ମନ୍ଦିର ମାନଙ୍କରେ ଏହା ବ୍ୟବହୃତ ହୋଇଥାଏ ।

ମାଟିପାତ୍ର ଖାଦ୍ୟର ଅନ୍ୟାନ୍ୟ ଲାଭ

ମାଟିପାତ୍ରରେ ପ୍ରସ୍ତୁତ ଭୋଜନ ଶୀଘ୍ର ଖରାପ ହୁଏନି ।

ମାଟିପାତ୍ରରେ ତିଆରି ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଓ ବାସ୍ନାଯୁକ୍ତ ହୋଇଥାଏ ।

ମାଟିପାତ୍ରରେ ପ୍ରସ୍ତୁତ ଡାଲିରେ ନ୍ୟୁଟ୍ରିଏଣ୍ଟସ୍‌ 100 ପ୍ରତିଶତ ଥିବା ବେଳେ ପ୍ରେସର କୁକର୍‌ ଡାଲିରେ 87 ପ୍ରତିଶତ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ ।

The post ଶରୀର ପାଇଁ ମାଟି ପାତ୍ରରେ ରାନ୍ଧିବା ଏବଂ ଖାଇବା କେତେ ସ୍ବାସ୍ଥ୍ୟକର ? appeared first on Truthink.