ମଧୁ ଚାତାର Archives - Truthink

ପାଦ ନାହିଁ, ପାଦକୁ ସାହାରା ପ୍ଲାଷ୍ଟିକ ବୋତଲ
ପରଜଙ୍ଗ : ଡିବିରୀ ନିଆଁ ଅନ୍ଧକାର କରିଦେଇଛି ସବୁ ସ୍ବପ୍ନ l ପରିବାର ଉପରେ ବୋଝ ହବା ପାଇଁ ଚାହୁଁ ନାହାଁନ୍ତି l ଦିବ୍ୟାଙ୍ଗ ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି ହେଲେ ପ୍ରକୃତ ଦିବ୍ୟାଙ୍ଗ ପାଖରେ ତାହା ପହଞ୍ଚି ପାରୁନି l ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍କୁଲ ଯାଇ ପାଠ ପଢିବା ପାଇଁ ଟ୍ରାଇ ସାଇକେଲ ହେଉ ବା କୃତ୍ରିମ ଅଙ୍ଗ ଲଗାଇ ଦବା ପାଇଁ ବ୍ୟବସ୍ଥା ମଧ୍ୟ ରହିଛି l ଜଣେ ଆଦିବାସୀ ପିଲା ବେଳୁ ଦୁଇଟି ଯାକ ଗୋଡ ହରାଇବା ପରେ ଜୀବନ ସହ କରୁଅଛି ସଂଘର୍ଷ l

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ଗ୍ରାମ ପଞ୍ଚାୟତ ଦୋମୁହାଣୀ ଅନ୍ତର୍ଗତ ଭେରୁବଣିଆ ସାହି (ମୁଣ୍ଡା ସାହି)ର ସ୍ବର୍ଗତ ଶିବ ଚାତାରଙ୍କ ପୁଅ ମଧୁ ଚାତାରଙ୍କ ବୟସ ମାତ୍ର 13 ବର୍ଷ l ପିଲାଟି ଦିନରୁ ଅଗ୍ନି କାଣ୍ଡରେ ଦୁଇଟି ଯାକ ଗୋଡ ହରାଇଛନ୍ତି l

ମା ଦଲସରି ଚାତାର କହନ୍ତି ମଧୁ ଛୋଟ ହୋଇଥିଲା, ଅର୍ଥାତ 21 ଦିନର ହୋଇଥାଏ, ତାକୁ ଘରେ ସୋଆଇ ଦେଇଥିଲି ଆଉ ପାଖରେ ଡିବିରୀ ଶିଖା ଲଗାଇ ଥିଲେ ହେଲେ ଭାଗ୍ୟର ବିଡମ୍ବନା ଡିବିରୀଟି ପଡି ଯାଇଥିଲା ଏବଂ ଗୋଡର ପାଦ ଦୁଇଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଥିଲା l

ତେବେ ଯଦି ବର୍ତ୍ତମାନ ମଧୁଙ୍କ କଥା କହିବା, ମଧୁ ଦିବ୍ୟାଙ୍ଗ ହେଲେବି ନିଜେ ହାର ମାନି ନାହାନ୍ତି, ସେ ନିଜସ୍ୱ ଉଦ୍ୟମରେ ପ୍ଲାଷ୍ଟିକ ବୋତଲ ମାଧ୍ୟମରେ କୃତ୍ରିମ ଗୋଡ ତିଆରି କରି ଚାଲୁଛନ୍ତି l କିନ୍ତୁ ସତ କହିବାକୁ ଗଲେ, ଏହା ଏକ ଚାଲିବା ପାଇଁ ଉତ୍ତମ ବ୍ୟବସ୍ଥା ନୁହେଁ l

ସେଇଭଳି ମଧୁଙ୍କ ପଚରା ଯିବାରୁ, ଆଜିକାଲି ତ ପ୍ରାୟ ଦିବ୍ୟାଙ୍ଗମାନଙ୍କ ପାଇଁ କୃତିମ ଗୋଡ଼, ହାତ ଅନେକ କିଛି ପ୍ରସ୍ତୁତି ହୋଇସାରିଛି l ମୋର ତ ସେଇଭଳି କିଛି ସମ୍ବଳ ନାହିଁ ଯେ ମୁଁ କୃତିମ ଗୋଡ଼ର ବ୍ୟବସ୍ଥା କରିପାରିବି l ସରକାର ଏବଂ ପ୍ରଶାସନଙ୍କୁ ଗୁହାରି କରୁଛି ଯେ, ମୋ ପାଇଁ ଯଦି କୌଣସି ପ୍ରକାରେ କୃତିମ ଗୋଡ଼ର ବ୍ୟବସ୍ଥା କରାଯାଇ ପାରନ୍ତା ତେବେ ମୁଁ ମୋ କାମ ସହିତ ମୋର ଚଳପ୍ରଚଳ ଆଉ ଟିକେ ଭଲ ଭାବରେ ହୋଇପାରନ୍ତା l

ବାପା ଆର ପାରିକୁ ଚାଲିଯିବା ପରେ ମା (ଜଣେ ଦିନ ମଜୁରିଆ) ମୂଲ ଲାଗି ଯାହା ଦୁଇ ପଇସା ଆଣିଲେ ଘର ଚଳେ l ସବୁ ଦିନ କାମ ମିଳିବା ତା ପୁଣି ଅସମ୍ଭବ, ଅଭାବୀ ପରିବାର ହୋଇଥିବାରୁ ମଧୁର ଉତ୍ତମ ଚିକିତ୍ସା ମଧ୍ୟ କରିପାରୁନାହାନ୍ତି l ସରକାରୀ ସହାଯ୍ୟ କହିଲେ ମଧୁଙ୍କୁ ଦିବ୍ୟାଙ୍ଗ ଭତ୍ତା ବାବଦକୁ ପାଞ୍ଚ ସହ ଟଙ୍କା ଏବଂ ମା’କୁ ମିଳୁଛି ବିଧବା ଭତ୍ତା ସାଙ୍ଗକୁ ରାସନ କାର୍ଡରେ ଚାଉଳ l

ଏତିକିରେ କଷ୍ଟ ମଷ୍ଟେ ଭାଗ୍ୟକୁ ଆଦରି ବଂଞ୍ଚିବା କଥା, ମଧୁଙ୍କ ଚିକିତ୍ସା ପଚାରେ କିଏ l ଏ ନେଇ ମଧୁଙ୍କୁ ସରକାରଙ୍କ ତରଫରୁ ନିତ୍ୟାନ୍ତ କୃତ୍ରିମ ଗୋଡ ଯୋଗାଇ ଦେବାକୁ ନିବେଦନ ବି କରିଛନ୍ତି ମା ଓ ସମ୍ପର୍କୀୟ l ତେବେ ଖାଲି ଦେଖିବାକୁ ବାକି ରହିଲା ମଧୁଙ୍କୁ କେବେ ମିଳୁଛି ସରକାରୀ ସହାୟତା ତାହା ହିଁ ଦେଖିବାକୁ ବାକି ରହିଲା l

The post ପାଦ ନାହିଁ, ପାଦକୁ ସାହାରା ପ୍ଲାଷ୍ଟିକ ବୋତଲ appeared first on Truthink.