ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମୁକ୍ତାପସି ମୁକ୍ତେଶ୍ଵର ମହାଦେବ ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ମନ୍ଦିର ପରିସରରେ ଏକ ନୂତନ ପାଠାଗାର ବୁଧବାର ଉନ୍ମୋଚିତ ହୋଇ ଯାଇଛି ।
ପାଠାଗାରର ଉଦ୍ୟୋକ୍ତା ବରିଷ୍ଠ ଶିକ୍ଷକ ଦୁଃଶାସନ ବେହେରା, ମନ୍ଦିର ଟ୍ରଷ୍ଟ କାର୍ଯ୍ୟକାରୀ ସଭାପତି କୀର୍ତନ ଦେହୁରୀ, ସମ୍ପାଦକ ଦୁଷ୍ମନ୍ତ ଦେହୁରୀ ଓ ସମସ୍ତ ସଦସ୍ୟଙ୍କ ମିଳିତ ପ୍ରଚେଷ୍ଟାରେ ଆୟୋଜିତ ଏହି ପାଠାଗାର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥିଭାବେ ପାଲା ଗାୟକ ତଥା ଅଧ୍ୟାପକ ପ୍ରସନ୍ନ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ମୁକ୍ତାପସି ସରପଞ୍ଚ ସସ୍ମିତା ସାହୁ, ଅବସର ପ୍ରାପ୍ତ ଶିକ୍ଷକ ପ୍ରାଣବନ୍ଧୁ ଦେହୁରୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ମହାଦେବଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପାଠାଗାର ଉନ୍ମୋଚନ କରିଥିଲେ ।

ପାଠାଗାର ହେବା ଦ୍ୱାରା ବେଦ, ପୂରାଣ, ଗ୍ରନ୍ଥ ପଠନ ଦ୍ୱାରା ସମାଜରେ ସମସ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେବା ସହ ଧର୍ମ ପାଇଁ ସର୍ବେ ବରିଷ୍ଠ ମାଧ୍ୟମରେ ଅନୁପ୍ରାଣିତ ହୋଇପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ବକ୍ତବ୍ୟ ରଖିଥିଲେ । ଏହି ପାଠାଗାର କାର୍ଯ୍ୟକ୍ରମରେ ରବିନାରାୟଣ ବିଶ୍ୱାଳ, ସର୍ବେଶ୍ୱର ବିଶ୍ୱାଳ, କାର୍ତ୍ତିକେଶ୍ୱର ନାୟକ, ଶଙ୍କର୍ଷଣ ଦେହୁରୀ, ଶୈଳେନ୍ଦ୍ର ଦେହୁରୀ, ସୁଜନ ନାୟକଙ୍କ ସମେତ ସମସ୍ତ ମନ୍ଦିର ସଦସ୍ୟ ସହଯୋଗ କରିଥିଲେ ।
