ଆସନ୍ତା 3 ଦିନ ଘଡଘଡି ସହ ବର୍ଷା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର : ପଶ୍ଚିମା ଝଡ଼ ପ୍ରଭାବରେ ମଧ୍ୟ ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ଢେଙ୍କାନାଳ ଓ ଖୋର୍ଧା ଆଦି ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ରହିଛି । ମଙ୍ଗଳବାର ଦିନ ରାଜ୍ୟର କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଧା ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇଥିଲା ।

ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି 9 ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 29 ତାରିଖରେ ସୃଷ୍ଟି ନୂଆ ଏକ ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାରେ 30 ତାରିଖରୁ ପ୍ରଭାବ‌ ଆରମ୍ଭ ହୋଇଯିବ । 31 ତାରିଖ ଦିନ ପଶ୍ଚିମା ଝଡ଼ର ପ୍ରଭାବ ଓଡ଼ିଶାରେ ଉପରେ ସର୍ବାଧିକ ରହିବ । ଝଡ଼ ପବନ ସହ କିଛି ସ୍ଥାନରେ ପ୍ରବଳ ବର୍ଷିବ ।

ପାଣିପାଗ କେନ୍ଦ୍ର କହିଛି, 31 ତାରିଖ ଦିନ ପୂରା ଓଡ଼ିଶାରେ ଝଡ଼ବର୍ଷା ହେବ। ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବର୍ଷା ହେବା ସହ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

1 ତାରିଖ ଦିନ ମଧ୍ୟ ରାଜ୍ୟରେ ଝଡ଼ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ବର୍ଷା ହେବ । ଏଣୁ ଆସନ୍ତା 3 ଦିନ ନିମନ୍ତେ ଝଡ଼-ପବନ ବର୍ଷା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।


ସେୟାର କରନ୍ତୁ