ସୃଷ୍ଟି ହେଲା ବାତ୍ୟା ‘ଅସାନି’

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ସକ୍ରିୟ ହୋଇଛି ଗଭୀର ଅବପାତ । କିଛି ସମୟ ମଧ୍ୟରେ ଏହା ବାତ୍ୟା ‘ଅସାନି’ର ରୂପ ନେଇ ସାରିଛି । ପୁରୀ ଠାରୁ ଏହା ଦକ୍ଷିଣ ପୂର୍ବ ଦିଗରେ 1100 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ବର୍ତମାନ ଏହା ଘଣ୍ଟା ପ୍ରତି 13 କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆସନ୍ତା 24 ଘଣ୍ଟା ମଧ୍ୟରେ ‌’ଅସାନି’ ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତିଶୀଳ ହେବା ସହ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଆହୁରି ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିବାର ଯଥେଷ୍ଟ ସମ୍ଭାବନା ଅଛି । 10 ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତିଶୀଳ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରେ ପହଞ୍ଚିପାରେ ।

ତେବେ ଓଡ଼ିଶା ହେଉ କି ଆନ୍ଧ୍ର, ବାତ୍ୟା କେଉଁଠି ବି ଲ୍ୟାଣ୍ଡଫଲ କରିବନି ବୋଲି ଆକଳନ କରିଛି IMD । ସ୍ଥଳଭାଗରୁ ବହୁ ଦୂରରେ ଅତିକ୍ରମ କରିବ ବାତ୍ୟା । ଏହାର ପ୍ରଭାବରେ 10 ତାରିଖରୁ ଦୁଇ ଦିନ ଧରି ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସବୁ ବନ୍ଦରରେ 1 ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।


ସେୟାର କରନ୍ତୁ