ସିଙ୍ଘମ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ ହେଲେ ମାଆ, ପୁତ୍ରକୁ ଦେଲେ ଜନ୍ମ

ସିନେମା
ସେୟାର କରନ୍ତୁ

mumbai : କାଜଲ ଅଗ୍ରୱାଲ ଏବଂ ତାଙ୍କ ସ୍ୱାମୀ ଗୌତମ କିଚଲୁ ପିତାମାତା ହୋଇଛନ୍ତି । 19 ଏପ୍ରିଲ୍, ତାଙ୍କ ଘରେ ଶିଶୁପୁତ୍ର ଜନ୍ମ ହୋଇଛି । ଏହି ଖୁସି ଖବର ଶୁଣି କାଜଲ୍‌ଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ଏପର୍ଯ୍ୟନ୍ତ କାଜଲ ଏବଂ ତାଙ୍କ ସ୍ବାମୀ ଗୌତମ ଦୁହେଁ ଏ ବିଷୟରେ କୌଣସି ପ୍ରକାରର ସୂଚନା ଦେଇ ନାହାନ୍ତି । କିନ୍ତୁ କାଜଲଙ୍କ ଭଉଣୀ ନିଶା ଅଗ୍ରୱାଲ ଏହି ଖବରକୁ ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ତାଙ୍କ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରି ଦେଇଛନ୍ତି ।

ସ୍ୱାମୀ ଗୌତମ କିଚଲୁଙ୍କ ସହିତ ଅଭିନେତ୍ରୀ ତାଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି । ଦମ୍ପତ୍ତି ପୁତ୍ର ସନ୍ତାନର ବାପା ମାଆ ହେବା ପରେ ବହୁତ ଖୁସି ଅଛନ୍ତି। ଏହା ବ୍ୟତୀତ କାଜଲ୍‌ ଗର୍ଭବସ୍ଥା ବେଳେ ସେହି ସମୟକୁ ଖୁବ୍‌ ଉପଭୋଗ କରୁଥିଲେ। ଏହି ସମୟରେ ନିଜକୁ ଫିଟ୍‌ ରଖିବା ପାଇଁ ସେ ଯୋଗ ସହ ବ୍ୟାୟାମ ଉପରେ ବିଶେଷ ଧ୍ୟାନ ଦେଇଥିଲେ। ସୋସିଆଲ୍‌ ମିଡିଆରେ ଗର୍ଭବସ୍ଥାକୁ ନେଇ କିଛି ନା କିଛି ଫଟୋ ସେୟାର ମଧ୍ୟ କରୁଥିଲେ।

ସୂଚନାଥାଉ କି, ଏହି କାଜଲ୍‌ ଓ ଗୌତମ 30 ଅକ୍ଟୋବର, 2020ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏଥିରେ କେବଳ ଉଭୟ ପରିବାରର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ସାମିଲ ହୋଇଥିଲେ। ବିବାହ ପରେ ସେ ଇଣ୍ଡଷ୍ଟ୍ରିରୁ ଟିକେ ଦୂରେଇ ଯାଇଥିଲେ ।


ସେୟାର କରନ୍ତୁ