ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ହେଲେ ମାତା-ପିତା, ଅଭିନେତ୍ରୀ ପୋଷ୍ଟରେ କହିଲେ- ବେବି ଆସିଛି …

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ଦେଶୀ ଗାର୍ଲ ଅର୍ଥାତ୍ ପ୍ରିୟଙ୍କା ଚୋପ୍ରା ମା ହୋଇଛନ୍ତି । ଅଭିନେତ୍ରୀ ନିଜେ ଏହି ସୂଚନା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରିୟଙ୍କାଙ୍କ ସହ ତାଙ୍କ ସ୍ୱାମୀ ତଥା ଆମେରିକୀୟ ଗାୟକ ନିକ ଜୋନସ ମଧ୍ୟ ତାଙ୍କ ଘରକୁ ଏକ ଛୋଟ ଅତିଥି ଆସିଥିବା ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ନିଜ ପ୍ରଶଂସକଙ୍କ ସହ ଶିଶୁର ଜନ୍ମ ଖବରକୁ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି ଯେ ‘ମୋତେ କହିବାରେ ଖୁସି ହେଉଛି କି ସରୋଗେସି ମାଧ୍ୟମରେ ଆମେ ଏକ ଶିଶୁକୁ ସ୍ୱାଗତ କରୁଛୁ । ଆମେ ସମ୍ମାନର ସହ କହିବାକୁ ଚାହିଁବୁ ଯେ ଏହି ବିଶେଷ ସମୟ ମଧ୍ୟରେ ଆମର ପ୍ରାଇବେସିର ଯତ୍ନ ରଖାଯାଉ, ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ଚାହିଁବୁ । ଧନ୍ୟବାଦ’।

ପ୍ରିୟଙ୍କା ଚୋପ୍ରାଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେଲିବ୍ରେଟ୍ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ପ୍ରିୟଙ୍କା ଏବଂ ନିକ ପିତାମାତା ହେବା ପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ପ୍ରିୟଙ୍କା ଏବଂ ନିକ 2018 ରେ ରାଜସ୍ଥାନରେ ପାରମ୍ପାରିକ ରୀତିନୀତି ସହିତ ବିବାହ କରିଥିଲେ । ଏହି ବିବାହ ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା ​​। ବିବାହ ପରେ ପ୍ରିୟଙ୍କା ଆମେରିକା ଯାଇଛନ୍ତି । ସେ ସେଠାରେ ଅଧିକାଂଶ ସମୟ ବିତାଉଛନ୍ତି ।

କହିବାକି, ପ୍ରିୟଙ୍କା ବଲିଉଡର ଏପରି ଜଣେ ଅଭିନେତ୍ରୀ, ଯିଏକି ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏହା ସହିତ ସେ ବଲିଉଡର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ପ୍ରିୟଙ୍କା ଚୋପ୍ରା ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ସହିତ ଅନେକ ଥର ଲୋକଙ୍କ ହୃଦୟ ଜିତିଛନ୍ତି । ଅଭିନେତ୍ରୀଙ୍କ ନାମରେ ଦୁଇଟି ଜାତୀୟ ପୁରସ୍କାର ଏବଂ ପାଞ୍ଚଟି ଫିଲ୍ମଫେୟାର ପୁରସ୍କାର ଅନ୍ତର୍ଭୁକ୍ତ ଅଛି । ସେ ହଲିଉଡର ବେୱାଚ୍ ଏବଂ କ୍ୱାଣ୍ଟିକୋରେ ମଧ୍ୟ ଅଭିନୟ କରିଛନ୍ତି ।


ସେୟାର କରନ୍ତୁ