କେନାଲ ପାଣିରୁ କାର ସହ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଗାଁ ପାଖ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲ ଭିତରୁ କାର ସହିତ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଡ୍ରାଇଭର ଜଣଙ୍କ ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନସ୍ଥ ଝରଣବାହାଳ ଗ୍ରାମର ଚନ୍ଦ୍ରମଣି ସିଂହଙ୍କ ପୁଅ ଅନନ୍ତ ସିଂହ । ଅନନ୍ତ ଗତ 4 ତାରିଖ ଦିନ ସକାଳ 9 ଟା ବେଳେ କାର ନେଇ ଯାଇ ଆଉ ଘରକୁ ଫେରିନଥିଲେ ।

ସୂଚନା ମୁତାବକ, କୁଲେଇ ଗ୍ରାମର କାର ମାଲିକ ପ୍ରମୋଦ ସାହୁ ଏ ନେଇ 5 ତାରିଖ ଦିନ ଦଦରାଘାଟି ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଚାରିଆଡେ ଖୋଜାଖୋଜି ଜାରି ରଖିଥିଲା । ଆଜି ସକାଳେ କୁଲେଇ ଗାଁ କେନାଲ ନିକଟରେ ଲୋକଙ୍କ ସନ୍ଦେହ ଜାତ ହେବାରୁ କେନାଲ ଭିତରୁ ଖୋଜା ଖୋଜି କରି କାର ସହିତ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଯାହା ପରେ ସେଠାରେ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ତେବେ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।


ସେୟାର କରନ୍ତୁ