ଖାଦ୍ୟ ଖାଇବା ପରେ ତୁରନ୍ତ ପିଅନ୍ତୁ ନାହିଁ ପାଣି, ନାହିଁତ ହୋଇପାରେ ସ୍ୱାସ୍ଥ୍ୟ ସହ ଯୋଡ଼ା ଏ ପାଞ୍ଚ ସମସ୍ୟା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

Health Tips: ଯଦି ଆପଣ ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଅନ୍ତି, ତେବେ ଆଜିଠାରୁ ଏହି ଅଭ୍ୟାସ ଛାଡିଦିଅନ୍ତୁ । ଆୟୁର୍ବେଦ ଅନୁଯାୟୀ, ଖାଇବା ପରେ ପିଇଥିବା ପାଣି ବିଷ ଭଳି କ୍ଷତିକାରକ । ଏହା ପ୍ରାୟତଃ ହୋଇଥାଏ କି ଆପଣ ଖାଦ୍ୟ ଖାଇବା ସାରି ଉଠିବା ପରେ ପାଣି ପିଇବା ପାଇଁ ଇଛା ପ୍ରକଟ କରନ୍ତି । ଏପରି ପରିସ୍ଥିତିରେ ଅଳ୍ପ ପାଣି ନିଶ୍ଚିତ ଭାବରେ ପିଇ ପାରିବେ । କିନ୍ତୁ, ଅତ୍ୟଧିକ ଜଳ ଆପଣଙ୍କ ଶରୀରକୁ ରୋଗର ଘର କରିପାରେ ।

ଖରାପ ହଜମ
ଯେତେବେଳେ ବି ଆମେ ଖାଦ୍ୟ ଖାଇଥାଉ, ତା’ପରେ ଆମର ହଜମ ପ୍ରକ୍ରିୟା ଖାଦ୍ୟକୁ ହଜମ ସହିତ ଶକ୍ତିରେ ପରିଣତ କରିବାର ପ୍ରକ୍ରିୟା ଆରମ୍ଭ କରେ । କିନ୍ତୁ ଖାଇବା ପରେ ଯଦି ଆମେ ପାଣି ନେଇଥାଉ, ଏହା ଖାଦ୍ୟ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଖାଦ୍ୟ ହଜମ କରିବାକୁ ମଧ୍ୟ ସମୟ ଲାଗେ । ଏପରି ପରିସ୍ଥିତିରେ କୋଷ୍ଠକାଠିନ୍ୟ ବଢିପାରେ ।

ପୁଷ୍ଟିକର ଖାଦ୍ୟ
ଆମେ ଖାଦ୍ୟ ଏଇଥି ପାଇଁ ଖାଇଥାଉ ଯାହା ଦ୍ୱାରା ଆମ ଶରୀର ପୁଷ୍ଟିକର ଖାଦ୍ୟ ପାଇପାରିବ ଏବଂ ଶରୀର ସୁସ୍ଥ ରହିବ । କିନ୍ତୁ, ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ଖାଦ୍ୟ ଶୀଘ୍ର ପେଟରୁ ଅନ୍ତନଳୀକୁ ପହଞ୍ଚିଯାଏ । ଯେଉଁ କାରଣରୁ ଖାଦ୍ୟରେ ଥିବା ପୁଷ୍ଟିକରର ଲାଭ ଶରୀର ପାଇ ନଥାଏ ।

ବଢିପାରେ ଓଜନ

ଭୋଜନ ପରେ ପାଣି ପିଇଲେ ଓଜନ ବଢିବାର ସମସ୍ୟା ହୋଇପାରେ, କାରଣ ଯେତେବେଳେ ଖାଦ୍ୟ ହଜମ ହୋଇନଥାଏ, ଏଥିରେ ଥିବା ଗ୍ଲୁକୋଜ ଚର୍ବିରେ ପରିଣତ ହୁଏ । ଯାହା ମୋଟାପଣର ଏକ ପ୍ରମୁଖ କାରଣ ।

ହାୟପରଏସିଡିଟି
ଭୋଜନ ପରେ ତୁରନ୍ତ ପାଣି ପିଇବା ପେଟରେ ଥିବା ଖାଦ୍ୟକୁ ନଷ୍ଟ କରିପାରେ । ଯେଉଁ କାରଣରୁ ଗ୍ୟାସ ସୃଷ୍ଟି ହେବାକୁ ଲାଗେ । ଏପରି ପରିସ୍ଥିତିରେ ଯଦି ଆପଣ ତୈଳଯୁକ୍ତ ଏବଂ ମସଲାଯୁକ୍ତ ଖାଦ୍ୟକୁ ଅଧିକ ପସନ୍ଦ କରନ୍ତି, ତେବେ ଏସିଡିଟି ଆପଣଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ ।

ବ୍ଲଡ଼ ସୁଗାର
ଖାଇବାର କିଛି ସମୟ ପରେ ପାଣି ପିଇବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ଭୋଜନ ମଧ୍ୟରେ କିମ୍ବା ଖାଇବା ପରେ ପାଣି ପିଇବା ମଧ୍ୟ ଶରୀରରେ ଇନସୁଲିନର ସ୍ତର ବଢ଼ାଇପାରେ ।


ସେୟାର କରନ୍ତୁ