ହ୍ୱିଲ ଚେୟାରରେ ରୋଡ଼ ଶୋ’ରେ ପହଁଞ୍ଚିଲେ CM ମମତା ବାନାର୍ଜୀ, ପ୍ରକାଶ ରାଜ କହିଲେ- ଜୟକାନ୍ତ ଶିକରେ କହୁ ଅଛି…

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ନିର୍ବାଚନ ପ୍ରଚାରରେ ଆହତ ହେବାର ପ୍ରାୟ ଚାରି ଦିନ ପରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ରବିବାର ଦିନ ତାଙ୍କର ପ୍ରଥମ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ ହ୍ୱିଲ ଚେୟାରରେ ବସି କୋଲକାତାରେ ଏକ ରୋଡ ସୋ’ର ନେତୃତ୍ୱ ନେଇଥିଲେ । ମମତା ବାନାର୍ଜୀଙ୍କ ରୋଡ୍ ସୋ ସହିତ ଜଡିତ ଏକ ଚିତ୍ର ମଧ୍ୟ ବହୁତ ଭାଇରାଲ ହେବାରେ ଲାଗିଛି, ଯାହାକୁ ବଲିଉଡର ପ୍ରସିଦ୍ଧ ଅଭିନେତା ପ୍ରକାଶ ରାଜ ଟ୍ୱିଟ୍ କରିଛନ୍ତି । ପ୍ରକାଶ ରାଜ ନିଜର ଟ୍ୱିଟରେ ମମତା ବାନାର୍ଜୀଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ଜୟକାନ୍ତ ଶିକରେ କଥା କହୁଅଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେଇକରି ପ୍ରକାଶ ରାଜଙ୍କ ଏହି ଟ୍ୱିଟ ବହୁତ ଭାଇରାଲ ହେବାରେ ଲାଗିଛି ।

ମମତା ବାନାର୍ଜୀଙ୍କ ରୋଡ୍ ସୋ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରକାଶ ରାଜ ଲେଖିଛନ୍ତି ଯେ ଜୟକାନ୍ତ ଶିଖରେ କହୁ ଅଛି । ପ୍ରକାଶ ରାଜଙ୍କ ଏହି ଟ୍ୱିଟରେ ସୋସିଆଲ ମିଡିଆ ୟୁଜର ମାନେ ମଧ୍ୟ ଖୁବ କମେଣ୍ଟ ଦେଉଛନ୍ତି । ଫଟୋରେ ମମତା ବାନାର୍ଜୀ ହ୍ୱିଲ ଚେୟାରରେ ବସି ଆଗରେ ଦେଖାଯାଉଥିବାବେଳେ ତାଙ୍କର କିଛି ସମର୍ଥକ ତାଙ୍କ ସାଥିରେ ଚାଲୁଥିବାର ତ ଆଉ କେତେକ ସମର୍ଥକ ତାଙ୍କ ପଛରେ ନଜର ଆସୁଛନ୍ତି । ଏଥି ସହିତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ତାଙ୍କ ହ୍ୱିଲ ଚେୟାର ଆଗକୁ ଠେଲୁ ଥିବାର ନଜର ଆସିଛନ୍ତି । କହିବାକି ‘ନନ୍ଦିଗ୍ରାମ’ ଦିବସ ଅବସରରେ ମମତା ବାନାର୍ଜୀ ମାୟୋ ରୋଡରୁ ହାଜରା ମୋଡ ପର୍ଯ୍ୟନ୍ତ ପାଞ୍ଚ କିଲୋମିଟର ଲମ୍ବା ରୋଡ୍ ସୋରେ ଭାଗ ନେଇଥିଲେ ।

କହିବାକି ଗତ ସପ୍ତାହରେ ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ମମତା ବାନାର୍ଜୀଙ୍କ ଆଘାତ ପରେ ସେ ରବିବାର ପ୍ରଥମ ଥର ପାଇଁ ଜନସାଧାରଣଙ୍କ ନିକଟକୁ ଆସିଛନ୍ତି । ବୁଧବାର ଦିନ ନନ୍ଦିଗ୍ରାମରୁ ନିର୍ବାଚନ ଫର୍ମ ପୂରଣ କରିବା ପରେ ସେ ବଜାରରେ ଥିବା ଲୋକଙ୍କୁ ଅଭିବାଦନ ଜଣାଇବା ପାଇଁ କାରର ଫୁଟବୋର୍ଡରେ ଠିଆ ହୋଇଥିଲେ, ସେତେବେଳେ ଭିଡରେ ତାଙ୍କୁ ଧକା ଲାଗିଥିଲା, ଯେଉଁଥି ପାଇଁ ତାଙ୍କ ଗୋଡରେ ଆଘାତ ଲାଗି ଥିଲା । ଏହା ପରେ ତାଙ୍କୁ ନନ୍ଦିଗ୍ରାମରୁ କୋଲକାତା ଅଣାଯାଇ ସେଠାରେ ଥିବା ଏସେଏସେକେଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏଥି ସହିତ ପ୍ରକାଶ ରାଜଙ୍କ ବିଷୟରେ କଥାବାର୍ତ୍ତା କରିବାତ ଅଭିନେତା ନିଜର ଅଭିନୟ ସାଥିରେ ନିଜର ଟ୍ୱିଟ୍ ଏବଂ ଖୋଲା ଚିନ୍ତାଧାରା ପାଇଁ ବେଶ୍ ଜଣାଶୁଣା । ସେ ପ୍ରାୟତଃ ସମସାମୟିକ ପ୍ରସଙ୍ଗରେ ନିଜର ମତ ଉପସ୍ଥାପନ କରୁଥିବା ଦେଖାଯାଏ ।


ସେୟାର କରନ୍ତୁ