ମହିଳା ଦିବସରେ ପ୍ରକାଶ ରାଜ କଲେ Tweet, ମହିଳାମାନଙ୍କ ପାଇଁ କହିଲେ ବଡ଼ କଥା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଆଜି ଭାରତ ସମେତ ସାରା ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ସେଲିବ୍ରିଟିମାନେ ମଧ୍ୟ ସୋସିଆଲ ମିଡିଆରେ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହି ସମୟରେ ନିଜର ବକ୍ତବ୍ୟ ଏବଂ ମନ୍ତବ୍ୟ ପାଇଁ ଜଣାଶୁଣା ଅଭିନେତା ପ୍ରକାଶ ରାଜ ଆନ୍ତର୍ଜାତୀୟ ମହିଳା ଦିବସରେ ମଧ୍ୟ ଟ୍ୱିଟ କରିଛନ୍ତି ଯାହା ଭାଇରାଲ ହେଉଅଛି ।

ପ୍ରକାଶ ରାଜଙ୍କ ଏହି ଟୁଇଟ୍ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ଉପରେ ୟୁଜରମାନେ କମେଣ୍ଟ କରି ନିଜର ପ୍ରତିକ୍ରିୟା ଦେଉଛନ୍ତି । ପ୍ରକାଶ ରାଜ ନିଜର ଏହି ଟୁଇଟରେ ଲେଖିଛନ୍ତି, “ମହିଳା ମାନଙ୍କୁ ସଶକ୍ତ କରିବା, ଏହି ଦୁନିଆକୁ ସଶକ୍ତିକରଣ କରିବା ଅଟେ, ଯେଉଁଠି ଆମ୍ଭେମାନେ ରହୁଅଛେ । କେବଳ ଆଜି ନୁହେଁ ପ୍ରତ୍ୟେକ ଦିନ ସେମାନଙ୍କୁ ସମ୍ମାନ କରିବାର ଆବଶ୍ୟକତା ଅଛି । ଏ ସବୁପାଇଁ ତୁମକୁ ଧନ୍ୟବାଦ ।”

ପ୍ରକାଶ ରାଜଙ୍କ କଥା କହିବାତ ସେ ଜଣେ ଅଭିନେତା, ନିର୍ଦେଶକ, ନିର୍ମାତା ଏବଂ ରାଜନୀତିଜ୍ଞ ଅଟନ୍ତି । କର୍ଣଡ ଏବଂ ତେଲଗୁ ସିନେମାର ପ୍ରକାଶ ରାଜ ସିଂଘମ, ୱାଣ୍ଟେଡ ଏବଂ ଦବଙ୍ଗ 2 ଜରିଆରେ ବଲିଉଡରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ଦକ୍ଷିଣ ଭାରତୀୟ ସିନେମାରେ କମଲ ହାସନଙ୍କ ପରେ ପ୍ରଥମ ଏମିତି କଳାକାର ଅଟନ୍ତି ଯିଏ କି ହିନ୍ଦୀ ସିନେମାରେ ନିଜର ଛାପ ଛାଡିଛନ୍ତି ।


ସେୟାର କରନ୍ତୁ