ନୋରା ଫତେହିଙ୍କ ଗୀତ ‘ଛୋଡ୍ ଦେଙ୍ଗେ’ ହେଲା ରିଲିଜ୍- ଦେଖନ୍ତୁ ଭିଡ଼ିଓ…

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ନୋରା ଫତେହି ବଲିଉଡରେ ନିଜକୁ ଭଲ ପ୍ରତିଷ୍ଠିତ କରିଛନ୍ତି । କେତେବେଳେ ନିଜର ଡ୍ୟାନ୍ସ ଦ୍ୱାରା ତ ଆଉ କେତେବେଳେ ଅଭିନୟ ଦ୍ୱାରା ଅଭିନେତ୍ରୀ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ସୋସିଆଲ ମିଡିଆରେ ନୋରା ଫତେହିଙ୍କ ଡ୍ୟାନ୍ସ ଭିଡିଓ ଦିନକୁ ଦିନ ଭାଇରାଲ ହେଉଛି । ଏବେ ନୋରା ଫତେହିଙ୍କ ନୂଆ ଗୀତ ‘ଛୋଡ ଦେଙ୍ଗେ’ ରିଲିଜ ହୋଇଛି । ତାଙ୍କର ଏହି ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବା ମାତ୍ରେ ୟୁଟ୍ୟୁବରେ ଧୁମ ମଚାଉ ଅଛି । ଗୀତରେ ନୋରା ଫତେହିଙ୍କ ଲୁକ୍ ମଧ୍ୟ ବହୁତ ଚମତ୍କାର ଦେଖାଯାଉଛି । ଏହି ଭିଡିଓରେ ବଞ୍ଜରନ୍ ଲୁକ୍ ରେ ନଜର ଆସିଛନ୍ତି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ନୋରା ଫତେହିଙ୍କ ନୂଆ ଗୀତ ‘ଛୋଡ୍ ଦେଙ୍ଗେ’ ଟି-ସିରିଜ୍ ବ୍ୟାନରରେ ମୁକ୍ତିଲାଭ କରିଛି । ଭିଡିଓଟି ଏତେ ଲୋକପ୍ରିୟ ହେବାରେ ଲାଗିଛି ଯେ ଏହା କିଛି ସମୟ ମଧ୍ୟରେ 4 ଲକ୍ଷ 56 ହଜାରରୁ ଅଧିକ ଥର ଦେଖାଯାଇଛି । ଭିଡିଓରେ ପ୍ରଶଂସକମାନେ ନୋରା ଫତେହିଙ୍କ ଜବରଦସ୍ତ ଡ୍ୟାନ୍ସ ଏବଂ ଅଭିନୟ ଦେଖିବାକୁ ମିଳୁଅଛି । ଏହି ଗୀତକୁ ପରମ୍ପରା ଟଣ୍ଡନ୍ ଗାଇଥିବାବେଳେ ଯୋଗେଶ ଦୁବେ ଏହି ଗୀତଗୁଡ଼ିକୁ ଲେଖିଛନ୍ତି । ସଚେତ ପରମ୍ପରାଙ୍କ ଏଥିରେ ସଙ୍ଗୀତ ଅଛି ।

ନୋରା ଫତେହିଙ୍କ ‘ଛୋଡ୍ ଦେଙ୍ଗେ’ ଗୀତକୁ ରଜିତ କୋରିଓଗ୍ରାଫି କରିଛନ୍ତି । ଗୀତରେ ନୋରା ଫତେହିଙ୍କ ସବୁଠାରୁ ଧମାକାଦାର ଅନ୍ଦାଜ ଦେଖିବାକୁ ମିଳିଅଛି । ଏହି ଗୀତର ଟିଜର କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା, ଯାହା ବହୁତ ଭାଇରାଲ ହୋଇଥିଲା । ନୋରା ଫତେହିଙ୍କ କ୍ୟାରିୟର ବିଷୟରେ କଥାବାର୍ତ୍ତା କରିବାତ କିଛି ଦିନ ପୂର୍ବେ ଅଭିନେତ୍ରୀଙ୍କ ଦ୍ୱାରା ‘ନାଚ ମେରୀ ରାନୀ’ ଗୀତ ମୁକ୍ତିଲାଭ କରିଥିଲା, ଯାହା ସୋସିଆଲ ମିଡିଆରେ ଧମାଲ ମଚେଇ ରଖିଦେଇଥିଲା । ଖୁବ ଶୀଘ୍ର ନୋରା ଫତେହି ଫିଲ୍ମ ‘ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ନଜର ଆସିବେ ।


ସେୟାର କରନ୍ତୁ