ସୋନୁ ସୁଦ କଲେ କୃଷକମାନଙ୍କୁ ସମର୍ଥନ, ଟ୍ୱିଟ କରି ଅଭିନେତା କହିଲେ ଏହି କଥା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: କୃଷି ଆଇନକୁ ନେଇ କେନ୍ଦ୍ର ବିରୋଧରେ କୃଷକଙ୍କ ମଧ୍ୟରେ ଏବେବି ଖୁବ କ୍ରୋଧ ରହିଛି । କୃଷି ଆଇନକୁ ନେଇ କୃଷକମାନଙ୍କ ବିରୋଧ ପ୍ରଦର୍ଶନ ମଧ୍ୟ ଚାଲିଛି ଏବଂ ସେ ଦିଲ୍ଲୀ ଆସିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ତେବେ ଦିଲ୍ଲୀକୁ ଲାଗିଥିବା ରାଜ୍ୟଗୁଡିକର ସୀମାକୁ ସିଲ୍ କରାଯାଇଛି, ଯାହାଫଳରେ କୃଷକମାନେ ରାଜଧାନୀରେ ପ୍ରବେଶ କରିପାରିବେ ନାହିଁ । ବଲିଉଡ କଳାକାରମାନେ ମଧ୍ୟ କୃଷକ ଆନ୍ଦୋଳନ ବିଷୟରେ ନିରନ୍ତର ଟ୍ୱିଟ କରୁଛନ୍ତି । ନିକଟରେ ବଲିଉଡର ପ୍ରସିଦ୍ଧ ଅଭିନେତା ସୋନୁ ସୁଦ ମଧ୍ୟ ଟ୍ୱିଟ୍ କରି ଚାଷୀଙ୍କୁ ସମର୍ଥନ କରିଛନ୍ତି । ସୋନୁ ସୁଦ କୃଷକମାନଙ୍କୁ ସମର୍ଥନ କରୁଥିବାବେଳେ କହିଥିଲେ ଯେ ‘କୃଷକ ମୋର ଭଗବାନ’ ।

ସୋନୁ ସୁଦଙ୍କ ଏହି ଟୁଇଟ୍ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ଏବଂ ଏହା ସହିତ ଲୋକମାନେ ଏହା ଉପରେ ଅନେକ ଟୁଇଟ୍ ମଧ୍ୟ କରୁଛନ୍ତି । ସେ ନିଜ ଟୁଇଟରେ କୃଷକମାନଙ୍କୁ ସମର୍ଥନ ଜଣାଇ ଲେଖିଛନ୍ତି ଯେ ‘କୃଷକ ମୋର ଭଗବାନ’ । କହିବାକି ସୋନୁ ସୁଦ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ ଏବଂ ଅନେକ ସମୟରେ ସମସାମୟିକ ପ୍ରସଙ୍ଗରେ ନିଜର ମତାମତ ଉପସ୍ଥାପନ କରନ୍ତି । କହିବାକି ସୋନୁ ସୁଦ ବ୍ୟତୀତ ତହସିନ ପୁନାୱାଲା, ବଲିଉଡର ନିର୍ଦ୍ଦେଶକ ଓନିର ଏବଂ ସ୍ୱରା ଭାସ୍କରଙ୍କ ଭଳି ସେଲିବ୍ରିଟିମାନେ ମଧ୍ୟ ଟୁଇଟ୍ କରି ଚାଷୀଙ୍କୁ ସମର୍ଥନ କରିଥିଲେ । ଏଥିସହିତ ପଞ୍ଜାବୀ କଳାକାର ଏମି ବିର୍କ, ଜ୍ୟାଜି ବି ମଧ୍ୟ ଚାଷୀଙ୍କ ସମର୍ଥନରେ ଏହି ପୋଷ୍ଟ ସେୟାର କରୁଥିବାର ଦେଖିବାକୁ ମିଳିଥିଲା ।

ଏଥି ସହିତ କହିବାକି ଜାତୀୟ ଗଣମାଧ୍ୟମ ଅନୁଯାୟୀ କୃଷକମାନଙ୍କୁ ରୋକିବା ପାଇଁ ଦିଲ୍ଲୀ ସହ ସଂଯୁକ୍ତ ସମସ୍ତ ସୀମାରେ ପୋଲିସର କଡା ସୁରକ୍ଷା ରହିଛି । କୃଷକମାନେ ମଧ୍ୟ ରାତିସାରା ସୀମାରେ ଛାଉଣି କରିଥିଲେ । ସିଙ୍ଗୁ ସୀମାରେ ଏକାଠି ହୋଇଥିବା ଚାଷୀଙ୍କୁ ଛିନଛତ୍ର କରିବା ପାଇଁ ଆଜି ସକାଳେ ପୋଲିସ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା । ଏଥି ସହ ପଞ୍ଜାବର ଏକ ଦଳ କୃଷକ ବାହାଦୂରଗଡରେ ପହଞ୍ଚିଛନ୍ତି । ଏହା ବ୍ୟତୀତ ଦିଲ୍ଲୀ ଯାଉଥିବା କୃଷକଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ 9 ଷ୍ଟାଡିୟମକୁ ଅସ୍ଥାୟୀ ଜେଲରେ ପରିଣତ କରିବାକୁ ଦିଲ୍ଲୀ ସରକାରଙ୍କ ଅନୁମତି ମାଗିଛି ।


ସେୟାର କରନ୍ତୁ