ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ସୁସମ୍ବାଦ ପ୍ରାପ୍ତ ହୋଇପାରେ । ପରିଶ୍ରମର ଫଳ ତୁରନ୍ତ ପାଇବେ । ଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ । ବ୍ୟବସାୟରେ ପ୍ରଗତି । ପ୍ରେମରେ ସଫଳତା ମିଳିବ ।

ବୃଷ: ସାମାଜିକ କ୍ଷେତ୍ରରେ ପ୍ରଭାବଶାଳୀ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଅଚାନକ ଧନଲାଭ ହେବାର ସମ୍ଭାବନା । ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍କ କରିବାରେ ସକ୍ଷମ ହେବେ ।

ମିଥୁନ: ମାଙ୍ଗଳିକ କାର୍ଯ୍ୟରେ ମନୋନିବେଶ ସହ ଶାରିରୀକ ପୀଡା ଅନୁଭବ କରିପାରନ୍ତି । କୌଣସି ବିଶେଷ କାମ କରିବେ। ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ ।

କର୍କଟ: କିଛି ଜରୁରୀ ବିଷୟରେ ବରିଷ୍ଠଙ୍କ ପରାମର୍ଶ ନେଇ ପାରନ୍ତି । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସୁଖ-ସନ୍ତୋଷ ଲାଭ କରିବେ । ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ ।

ସି˚ହ: ମନ ପ୍ରସନ୍ନ ରହିବ । ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ । ସାନଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ । ବିବାଦରେ ବିଜୟୀ ହେବେ । ଭୂସ˚ପତ୍ତି କିଣିବାର ସମ୍ଭାବନା ଯୋଗ ରହିଛି ।

କନ୍ୟା: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ । ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ନିବେଶ କରିବେ ।

ତୁଳା: ଆୟ ବୃଦ୍ଧିର ସୂଚନା ମିଳୁଛି । ପରୋପକାରୀ ହେବେ । ବିଦ୍ୱାନ୍ ବ୍ୟକ୍ତିଭାବେ ପରିଚିତ ହେବେ । ଆପଣଙ୍କର କ୍ଷମତା ବୃଦ୍ଧି ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି ।

ବିଛା: କୌଣସି ନୂଆ କାମକୁ ହାତକୁ ନେଇ ପାରନ୍ତି । ଅର୍ଥନୈତିକ ମାମଲାରେ ଆପଣଙ୍କୁ ଲାଭ ମିଳିପାରେ । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ । ବୈଦେଶିକ ବ୍ୟାପାର କ୍ଷେତ୍ରରେ କୌଣସି ବଡ଼ କାର୍ଯ୍ୟ ହୋଇପାରେ ।

ଧନୁ: ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି । ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ସରଳ କରିବ। ସୁଗୁଣ ସମ୍ପନ୍ନ ଓ ଧନବାନ୍ ହୋଇପାରନ୍ତି । ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ପାଇବେ।

ମକର: ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ମାନ ଗ୍ରହଣ କରିପାରନ୍ତି । ବ୍ୟବସାୟରେ ଉନ୍ନତି ହେବ।ବିଭିନ୍ନ ଦିଗରୁ ସହଯୋଗ ମିଳିବ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି ।

କୁମ୍ଭ: ବେପାରରେ ଉଚିତ ଲାଭ ପାଇବେ । ଯାନବାହନ ସୁଖ ମିଳିପାରେ । ପାରିବାରିକ ଜୀବନ ସୁଖମୟ ହେବ । ନୂତନ ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି । ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହୋଇପାରନ୍ତି ।

ମୀନ: ନିଜ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ । ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ । ଚାକିରିଆଙ୍କୁ ଖୁସି ଖବର ମିଳିବ ।


ସେୟାର କରନ୍ତୁ