Coronavirus: ଦେଶରେ କରୋନାରେ ଏପର୍ଯ୍ୟନ୍ତ 28 ହଜାର ମୃତ୍ୟୁ, ଦିନକୁ ଦିନ ସାମ୍ନାକୁ ଆସୁଅଛି ବ୍ରାଜିଲ ଠାରୁ ବେଶୀ ମାମଲା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ଗ୍ରାଫ ତେଜିରେ ବଢୁଅଛି । ଦୁଇ ଦିନରେ ମୃତ୍ୟୁର ମାମଲାରେ ଭାରତ ଆମେରିକାକୁ ପଛରେ ପକାଇଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ 587 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆମେରିକାରେ 537 ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ କରୋନା ସଂକ୍ରମିତ ମାମଲା ବଢିବା ସଂଖ୍ୟାରେ ଭାରତ ମଧ୍ୟ ବ୍ରାଜିଲ ପଛକୁ ଛାଡିଛି । ପୂର୍ବ ଦିନ ଭାରତରେ 37 ହଜାର 148 ଟି ନୂଆ ମାମଲା ହୋଇଥିବାବେଳେ ବ୍ରାଜିଲରେ 21,749 ଟି ନୂଆ ମାମଲା ରୁଜୁ ହୋଇଛି । ଏହା ସହିତ ଭାରତରେ ସଂକ୍ରମିତ ସମୁଦାୟ ସଂଖ୍ୟା 11 ଲକ୍ଷ 55 ହଜାର ଅତିକ୍ରମ କରିଛି । ଏମାନଙ୍କ ମଧ୍ୟରେ ଚାରି ଲକ୍ଷ ସକ୍ରିୟ ମାମଲା ଥିବାବେଳେ ସାତ ଲକ୍ଷ 24 ହଜାର 577 ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ 28 ହଜାର 84 ଜଣ ପ୍ରାଣ ହରାଇଛନ୍ତି ।

କରୋନା ସଂକ୍ରମଣ ହିସାବରେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଆମେରିକା ଓ ବ୍ରାଜିଲ ପରେ ଗୋଟିଏ ଦିନରେ ସବୁଠାରୁ ଅଧିକ ମାମଲା ମଧ୍ୟ ଭାରତରେ ଦର୍ଜ କରାଯାଉଛି । କିନ୍ତୁ ଯଦି ଆମେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ (3,961,206), ବ୍ରାଜିଲ (2,121,645) ରେ ଅଛି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ତୃତୀୟ ସ୍ଥାନ ରହିଅଛି ।

ଆକ୍ଟିଭ କେସ ମାମଲାରେ ଟପ-5 ରାଜ୍ୟ
ସଂଖ୍ୟା ମୁତାବକ, ଦେଶରେ ବର୍ତ୍ତମାନ 4 ଲକ୍ଷ କରୋନା ଆକ୍ଟିଭ ମାମଲା ରହିଛି । ସବୁଠାରୁ ବେଶି ସକ୍ରିୟ ମାମଲା ମହାରାଷ୍ଟ୍ରରେ ଅଛି । ମହାରାଷ୍ଟ୍ରରେ ଏକ ଲକ୍ଷରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପରେ ଦ୍ୱିତୀୟ ନମ୍ବରରେ ତାମିଲନାଡୁ, ତୃତୀୟ ନମ୍ବରରେ କର୍ଣ୍ଣାଟକ, ଚତୁର୍ଥ ନମ୍ବରରେ ଆନ୍ଧ୍ରପ୍ରଦେଶ ଏବଂ ପଞ୍ଚମ ନମ୍ବରରେ ଦିଲ୍ଲୀ ଅଛି । ଏହି ପାଞ୍ଚ ରାଜ୍ୟରେ ସବୁଠାରୁ ବେଶି ଆକ୍ଟିଭ କେସ ଅଛି । ଆକ୍ଟିଭ କେସ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି, ଅର୍ଥାତ୍ ଭାରତ ହେଉଛି ଏମିତି ଚତୁର୍ଥ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।


ସେୟାର କରନ୍ତୁ