ରାଜ୍ୟରେ ପୁଣି 647 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 18757କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 647 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 18,757କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 736 ଜଣଙ୍କ ମଧ୍ୟରୁ 431 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 216 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 647 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାର 37 ଜଣ, ବାଲେଶ୍ୱର ଜିଲ୍ଲାରୁ 40 ଜଣ, ବରଗଡ ଜିଲ୍ଲାରୁ 4 ଜଣ, ଭଦ୍ରକ ଜିଲ୍ଲାରୁ 12 ଜଣ, ବଲାଙ୍ଗୀର ଜିଲ୍ଲାରୁ 5 ଜଣ, କଟକ ଜିଲ୍ଲାରୁ 84 ଜଣ, ଢେଙ୍କାନାଳ ଜିଲ୍ଲାରୁ 10 ଜଣ, ଗଞ୍ଜାମ ଜିଲ୍ଲାରୁ 225 ଜଣ, ଜଗତସିଂହପୁର ଜିଲ୍ଲାରୁ 7 ଜଣ, ଯାଜପୁର ଜିଲ୍ଲାରୁ 2 ଜଣ, କନ୍ଧମାଳ ଜିଲ୍ଲାରୁ 5 ଜଣ, କେନ୍ଦ୍ରାପଡା ଜିଲ୍ଲାରୁ 13 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 68 ଜଣ, କେନ୍ଦୁଝର ଜିଲ୍ଲାରୁ 8 ଜଣ, କୋରାପୁଟ ଜିଲ୍ଲାରୁ 28 ଜଣ, ମାଲକାନଗିରି ଜିଲ୍ଲାରୁ 10 ଜଣ, ମୟୁରଭଞ୍ଜ ଜିଲ୍ଲାରୁ 3 ଜଣ, ନବରଙ୍ଗପୁର ଜିଲ୍ଲାରୁ 2 ଜଣ, ରାୟଗଡା ଜିଲ୍ଲାରୁ ୪47 ଜଣ, ନୟାଗଡ ଜିଲ୍ଲାରୁ 4 ଜଣ, ସମ୍ବଲପୁର ଜିଲ୍ଲାରୁ 10 ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ 22 ଜଣ ଚି଼ହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 18757 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 5715ଟି ଆକ୍ଟିଭ କେସ୍ ରହିଅଛି ଏବଂ 12909 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ