ରାଜ୍ୟରେ ସୁସ୍ଥ ହେଲେ 612 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 10,476

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 612 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 10,476ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 612 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 270 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ 84 ଜଣ, କେନ୍ଦୁଝରରୁ 48 ଜଣ, ଗଜପତିରୁ 35 ଜଣ, ବାଲେଶ୍ଵରରୁ 31 ଜଣ, ଖୋର୍ଦ୍ଧାରୁ 28 ଜଣ, ନୟାଗଡରୁ 25 ଜଣ, ଯାଜପୁରରୁ 20 ଜଣ, ମୟୂରଭଞ୍ଜରୁ 15 ଜଣ, କଟକରୁ 10 ଜଣ, କୋରାପୁଟରୁ 10 ଜଣ, ଜଗତସିଂହପୁରରୁ 10 ଜଣ, ବରଗଡରୁ 6 ଜଣ, ପୁରୀରୁ 6 ଜଣ, ବଲାଙ୍ଗିରରୁ 5 ଜଣ, କେନ୍ଦ୍ରାପଡାରୁ 3 ଜଣ, କଳାହାଣ୍ଡି ଓ କନ୍ଧମାଳରୁ 2 ଜଣ ଲେଖାଏଁ ଏବଂ ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ