Bhojpuri Song: ପବନ ସିଂହ ଏବଂ ମୋନାଲିସଙ୍କ ରୋମାନ୍ସ ଭରା ଭିଡ଼ିଓ ଭାଇରଲ, ମିଳିଲା 5 କରୋଡ଼ ବ୍ୟୁଜ

ସିନେମା
ସେୟାର କରନ୍ତୁ

ଭୋଜପୁରୀ ଫିଲ୍ମ ଇଣ୍ଡରଷ୍ଟ୍ରିର ସୁପରଷ୍ଟାର ପବନ ସିଂହଙ୍କ ଗୀତକୁ ଖୁବ ବେଶୀ ପସନ୍ଦ କରାଯାଇଥାଏ । ରିଲିଜ ହେବା କ୍ଷଣି ତାଙ୍କର ଗୀତ ୟୁଟ୍ୟୁଵ ଉପରେ ଛାଇ ଭଳି ମାଡିଯାଇଥାଏ । ଏହି ସମୟରେ ପବନ ସିଂହଙ୍କ ଭୋଜପୁରୀ ଫିଲ୍ମ ‘ପବନ ରାଜା’ର ଏକ ରୋମାଣ୍ଟିକ ଗୀତ ଖୁବ ପସନ୍ଦ କରାଯାଉଅଛି ।

ଏହି ଗୀତ ‘ଦିୟା ଗୁଲ କର…’ଏହି ଗୀତକୁ ଭୋଜପୁରୀ ସିନେମାର ରାଜା କୁହାଯାଉଥିବା ପବନ ସିଂହ ଏବଂ ଭୋଜପୁରୀ ସିଙ୍ଗର ଇନ୍ଦୁ ସୋନାଲି ଗାଇଛନ୍ତି । ଏହାର ବୋଲ ମନୋଜ ମତଲବି ଲେଖିଛନ୍ତି ଏବଂ ଅବନିଶ ଝା ସଂଗୀତ ଦେଇଛନ୍ତି ।

ଏହି ଗୀତରେ ମୋନାଲିସା ଓ ପବନ ସିଂହଙ୍କର ଭରପୁର ଡ଼୍ୟାନ୍ସ ଏବଂ ରୋମାନ୍ସ ଦେଖାଯାଇଅଛି । ତେବେ ଥରେ ଦୁଇଥର ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହ ମଧ୍ୟ ଏହି ଗୀତରେ ନଜର ଆସୁଛନ୍ତି । ଏହି ଗୀତକୁ ଦର୍ଶକ ଖୁବ ପସନ୍ଦ କରୁଅଛନ୍ତି । ୟୁଟ୍ୟୁବରେ ଗୀତର ରୋମାଣ୍ଟିକ ଭିଡ଼ିଓକୁ 5 କୋଟିରୁ ଅଧିକ ଥର ଦେଖାଯାଇସାରିଲାଣି ।

ଦେଖନ୍ତୁ ପବନ ସିଂହ ଏବଂ ମୋନାଲିସଙ୍କ ରୋମାଣ୍ଟିକ ଭିଡ଼ିଓ…

ପବନ ସିଂହଙ୍କ ‘ଦିୟା ଗୁଲ କର…’ ଗୀତ ଭୋଜପୁରୀ ଫିଲ୍ମ ‘ପବନ ରାଜା’ର ଅଟେ । ଏହି ଫିଲ୍ମ ଖୁବ ଚର୍ଚାରେ ରହିଥିଲା । ଏହାର କାହାଣୀ ପବନ ସିଂହଙ୍କ ସଂଘର୍ଷ ଉପରେ ଆଧାରିତ ଥିଲା । ଏହି ଫିଲ୍ମରେ ପବନ ସିଂହ ଏବଂ ମୋନାଲିସଙ୍କ ବ୍ୟତିତ ଅକ୍ଷରା ସିଂହ,ଆମ୍ରପାଲି ଦୁବେଙ୍କ ସମେତ ଆହୁରି ମଧ୍ୟ କେତେ ବଡ଼ବଡ଼ ଚେହେରା ଥିଲେ ।


ସେୟାର କରନ୍ତୁ