ରବିବାରରେ କରନ୍ତୁ ଏହି ସବୁ କାମ,ସୂର୍ଯ୍ୟ ଦେବତା ହେବେ ପ୍ରସନ୍ନ

Truthink
ସେୟାର କରନ୍ତୁ

ସବୁ ମଣିଷ ତା ଜୀବନ ରେ ଖୁସିର କାମନା କରିଥାଏ । ବ୍ୟକ୍ତି ଏହି ଖୁସି ପାଇଁ ବହୁତ କଷ୍ଟ କରିଥାଏ, ଯାହା ଫଳରେ ତା ପରିବାର ରେ ଶୁଖ ଶାନ୍ତି ରହିବ  ଜୀବନ ରେ ଖୁସି ହି ରହିବ ଏହା ସମ୍ଭବ ନୁହେ । ସମୟ ସହିତ ପରିସ୍ଥିତି ବଦଳିଥାଏ  ଯାହା ଫଳରେ ମଣିଷ ହତାସ ହୋଇଥାଏ । ହେଲେ କିଛି ଉପାୟ ଅଛି ଯାହା ଦ୍ଵାରା ଆପଣ ନିଜ ଜୀବନ ରେ ଶୁଖ ଶାନ୍ତି ଭରିପାରିବେ ।

ଆଜି ରବିବାର ରେ ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଚାହୁଁଛୁ, ଯାହା ଦ୍ଵାରା ସୂର୍ଯ୍ୟ ଦେବତା ପ୍ରସନ୍ନ ହେବେ ଏବଂ ଆପଣଙ୍କ ର ସବୁ ଦୁଃଖ କଷ୍ଟ ଦୂର ହେବ ।

ଯଦି ଆପଣ ରବିବାର ଦିନ କିଛି ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ ପାଇଁ ବାହାରୁଛନ୍ତି ତେବେ ବାହାରିବା ପୂର୍ବରୁ ଗାଈ କୁ ରୁଟି ଖାଇବାକୁ ଦିଅନ୍ତୁ ଏବଂ ଯଦି ହେଇପାରୁଛି ତ ଗାଈ ର ପୂଜା କରନ୍ତୁ । ଏହା ଦ୍ଵାରା ଆପଣଙ୍କ କାର୍ଯ୍ୟ ସଫଳ ହେବ ।

ରବିବାର ଦିନ ଆପଣ ଏକ ପାତ୍ର ରେ ଜଳ ଏବଂ ସିନ୍ଦୁର କୁ ମିଶେଇକି ବରଗଛ ଉପରେ ଅର୍ପଣ କଲେ ଆପଣଙ୍କ ଜୀବନ ର ଦୁଃଖ କଷ୍ଟ ଦୂର ହେବ  ।

ଯଦି ଆପଣ ରବିବାର ଦିନ ମାଛ କୁ ଅଟା ଗୁଳା ଏବଂ ପିମ୍ପୁଡି କୁ ଚିନୀ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ ଜୀବନରେ ଶୁଭ ପରିଣାମ ମିଳିଥାଏ ।

ରବିବାର ହେଉଛି ସୂର୍ଯ୍ୟ ଦେବତାଙ୍କ ବାର ଯଦି ରବିବାର ଦିନ ଆପଣ ବ୍ରତ ରଖନ୍ତି, ସୂର୍ଯ୍ୟ ଦେବତାଙ୍କ କୃପା ରହିଥାଏ  ।


ସେୟାର କରନ୍ତୁ