ଜାଣନ୍ତୁ ସୋୟାବିନର ଉପକାରିତା ବିଷୟରେ ଖାଇଲେ ମିଳିବ ଅନେକ ଫାଇଦା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ପୋଷକ ଖାଦ୍ୟ ପଦାର୍ଥର ତାଲିକାରେ ସୋୟାବିନ୍ ର ନାଁ ସବୁଠାରୁ ଉପରେ ରହିଥାଏ । ସୋୟାବିନ୍ ରେ ପ୍ରୋଟିନ, ଲିପିଡ, ଫାଇବର ଓ ଆଇସୋଫୋବ୍ଳେନ୍ସ ର ମାତ୍ରା ଅଧିକ ରହିଥାଏ ।
ସୋୟାବିନ୍ ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ସେତିକି ଶରୀର ପାଇଁ ଉପକାରୀ ମଧ୍ୟ । ତେବେ ଆସନ୍ତୁ ଜାଣିବା ସୋୟାବିନ୍ ର ସେମିତି କିଛି ଗୁଣ ।

ଡାଇବେଟିସ୍ ରେ ଉପକାରୀ
ସୋୟାବିନ୍ ଡାଇବେଟିସ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ସୋୟାବିନ୍ ରେ ଥିବା ଫାଇଟୋ କେମିକାଲସ୍ ଆଣ୍ଟିଅକ୍ସିଡାଣ୍ଟ ଡାଇବେଟିସରେ ପିଡିତ ରୋଗୀଙ୍କୁ ଅକ୍ସିଡେଟିଭ କ୍ଷତିରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

କେଶ ପାଇଁ ଉପଯୋଗୀ
କେଶ ବଢିବା ବା ସୁନ୍ଦର ହେବା ପାଇଁ ଆବଶ୍ୟକ ଆଇରନ, ସଲଫର, ଜିଙ୍କ ଭଳି ତତ୍ୱ ସୋୟାବିନ୍ ରେ ରହିଛି । ତେଣୁ ସୋୟାବିନ ଆମ କେଶ ପାଇଁ ବହୁତ ଉପଯୋଗୀ ହୋଇଥାଏ ।

ହାଡ ଓ ମାଂସପେଶୀ କୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ
ସୋୟାବିନ୍ ରେ ଥିବା କ୍ୟାଲସିୟମ, ମ୍ୟାଗନେସିୟମ, ତମ୍ବା ଓ ସେଲେନିୟମ ଆମ ହାଡ ପାଇଁ ଆବଶ୍ୟକୀୟ ପ୍ରାୟ ସବୁ ପୋଷକ ତତ୍ୱ ଯୋଗାଇବାରେ ସମର୍ଥ ହୋଇଥାଏ । ସୋୟାବିନ ଖାଇବା ଦ୍ୱାରା ଆମ ମାଂସାପଶୀ ସୁସ୍ଥ ରହିଥାଏ ।


ସେୟାର କରନ୍ତୁ