ବେରୋଜଗାର କହି ଟ୍ରୋଲ କରିବା ପରେ କଣ କହିଲେ ଅଭିଷେକ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଜଣେ ସାଦାସିଦା ବ୍ୟକ୍ତିତ୍ୱ । ତାଙ୍କର କଥା କହିବାର ଶୈଳୀ ଏବଂ ଶନଶିଳତା ପାଇଁ ସେ ସବୁବେଳେ ପ୍ରଶଂସାର ପତ୍ର ହୋଇଥାନ୍ତି । ସେ ଟୁଇଟ୍‌ରରେ ଏକ ପୋଷ୍ଟ କରିଥିଲେ । ଯାହାକୁ ଦେଖି ଜଣେ ବ୍ୟବହାରକାରୀ ତାଙ୍କୁ ବେରୋଜଗାର ବୋଲି କହିଥିଲେ । ବ୍ୟବହାରକାରୀଙ୍କ ଏଭଳି ନକାରତ୍ମକ କଥା ଉପରେ ଏଭଳି ଭାବରେ ସେ ନିଜର ପ୍ରତିକ୍ରିୟା ରଖିଲେ ଯେ, ତାହାକୁ ଦେଖି ଲୋକେ ଏବେ ତାଙ୍କର ଏହି ଶୈଳୀକୁ ପ୍ରଶଂସା କରୁଛନ୍ତି ।

ସୂଚନା ମୁତାବକ, ଟୁଇଟ୍‌ରରେ ଏକ ଫଟୋ ସେୟାର କରି #ମନ୍‌ଡେମୋଟିଭେସନ୍‌ #ବିଲିଭ୍‌ ବୋଲି ଲେଖିଥିଲେ ଅଭିଷେକ । ଫଟୋରେ ଲେଖାଥିଲା କି, ଗୋଟିଏ ଉଦ୍ଦେଶ୍ୟ ରଖନ୍ତୁ, ଗୋଟିଏ ଲକ୍ଷ ତିଆରି କରନ୍ତୁ । କିଛି ସ୍ୱପ୍ନକୁ ଯଦି ଆପଣ ପୂରା କରିବାକୁ ଚାହୁଁଛନ୍ତି, ତେବେ ଏହା ଅସମ୍ଭବ ନୁହେଁ ବୋଲି ସାରା ଦେଶକୁ ପ୍ରମାଣ କରି ଜଣାଇ ଦିଅନ୍ତୁ । ଏହି ଫଟୋ ଆସିବା ପରେ ଜଣେ ବ୍ୟବହାରକାରୀ ତାଙ୍କ ଲେଖାକୁ ଟ୍ରୋଲ କରି କହିଥିଲେ, ସୋମବାର ଦିନ ମଧ୍ୟ ଖୁସିରେ ରହୁଥିବା ବ୍ୟକ୍ତିକୁ କ’ଣ କହି ପାରିବା, ବେରୋଜଗାର?

ବ୍ୟବହାରକାରୀଙ୍କ ଏଭଳି ପ୍ରତିକ୍ରିୟାର ପ୍ରତିଉତ୍ତର ଦେଇ ଅଭିଷେକ ଲେଖିଥିଲେ କି, ନାଁ, ମୁଁ ଏଥିରେ ସହମତ ଜମା ନୁହେଁ । ସୋମବାର ଦିନ ମଧ୍ୟ ଖୁସିରେ ରହୁଥିବା ବ୍ୟକ୍ତିକୁ ଆମେ ଏଭଳି ଲୋକ କହିବା, ଯେ ସେ ଯାହାବି କରୁଛି, ତାକୁ ଭଲ ପାଉଛି । ନିଜ ମନରୁ ଓ ନିଜ ଖୁସି ପାଇଁ ସେ ସେହି କାମ କରୁଛି । ତେବେ ଅଭିଷେକଙ୍କ ଏଭଳି ପ୍ରତିକ୍ରିୟା ଶୈଳୀ ଲୋକମାନଙ୍କର ମନ ଜିଣିବା ଆରମ୍ଭ କରିଛି ।


ସେୟାର କରନ୍ତୁ