ବିଗ୍ ବସ୍-13କୁ ଦବଙ୍ଗ ଷ୍ଟାର ସଲମାନ ଛାଡ଼ିବେ କି ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦବଙ୍ଗ ଷ୍ଟାର ସଲମାନ ଖାନ୍ ଖୁବ୍ ଶୀଘ୍ର ବିଗ୍ ବସ୍-13 ଛାଡ଼ିବେ ବୋଲି ଜଣାପଡ଼ିଛି । ସଲମାନ ବଲିଉଡରେ ଜଣେ ସୁପରଷ୍ଟାର ଭାବରେ ପରିଚିତ ବ୍ୟକ୍ତିତ୍ୱ । ସୋ’ର ଏକ ପ୍ରମୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସଲମାନ ରାଗରେ ସୋ’ ଛାଡ଼ି ଚାଲି ଯାଉଥିବାର ଦେଖାଯାଉଅଛି । ଆହୁରି ମଧ୍ୟ ନିର୍ମାତାଙ୍କୁ ସୋ’ର ଉପସ୍ଥାପନା ପାଇଁ ଆଉ କାହାକୁ ଖୋଜନ୍ତୁ ବୋଲି କହୁଥିବା ଦେଖାଯାଉଛି । ଏହି ଭିଡିଓ ଭାଇରାଲ ହେବା ପରେ ସଲମାନଙ୍କ ସୋ’ ଛାଡ଼ିବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ଖବରକୁ ସୋ’ ପକ୍ଷରୁ ଖଣ୍ଡନ କରାଯାଇଛି ।

ସୂଚନା ମୁତାବକ, ସଲମାନ କିଛି ପ୍ରତିଯୋଗୀଙ୍କ ବ୍ୟବହାରରେ ଅତିଷ୍ଟ ହୋଇ ସୋକୁ ଛାଡ଼ିବା ସମ୍ପର୍କରେ ଚିନ୍ତା କରୁଥିଲେ । କିନ୍ତୁ ପୂର୍ବରୁ ତାଙ୍କୁ ଉପସ୍ଥାପନା ପାଇଁ ମୋଟା ଅଙ୍କର ଟଙ୍କା ଦିଆଯାଇ ସାରିଥିବାରୁ ସେ ସୋ’ ଛାଡ଼ିବେ ନାହିଁ । ଜଣେ ସୁପରଷ୍ଟାର ଭାବରେ ତାଙ୍କୁ ଯେଉଁଭଳି ଭାବେ ପ୍ରତିଯୋଗୀମାନେ ବ୍ୟବହାର ଦେବା କଥା ସେଭଳି ବ୍ୟବହାର ଦେଉ ନ ଥିବାରୁ ସେ ନେଇ ସଲମାନ ନିରାଶ ଥିବା ଜଣାପଡ଼ିଛି । ପୂର୍ବ ବର୍ଷ ବାବା ଓମଙ୍କ ବ୍ୟବହାର ପାଇଁ ସଲମାନ ସୋ’ରୁ ବହାରି ଯାଇଥିଲେ । କିନ୍ତୁ ପରେ ସେ ଫେରିଥିଲେ ।


ସେୟାର କରନ୍ତୁ