ସେକ୍ସ ରାକେଟ ଠାବ, ୩ଗିରଫ, ଦୁଇ ଯୁବତୀ ଉଦ୍ଧାର

ଅପରାଧ
ସେୟାର କରନ୍ତୁ

ବ୍ରହ୍ମପୁର: ପୁରାପୁରୀ ଲୁଚାଛପା ଚାଲୁଥିଲା ଦେହ ବେପାର । ଏଥିପାଇଁ ରାଜ୍ୟରୁ ସୁନ୍ଦରୀ ତରୁଣୀଙ୍କୁ ମଧ୍ୟ ଏହି କାରବାରରେ ଲଗାଯାଉଥିଲା । ଏହାକୁ ଖୁଲମଖୁଲା ଅପରେଟ୍ କରୁଥିଲେ ଜଣେ ମାଷ୍ଟରମାଇଣ୍ଡ । ଯାହା ଉପରେ ଆଜି ରୋକ ଲଗାଇଛି ବ୍ରହ୍ମପୁର ଜିଲ୍ଲା ପୁଲିସ ।

ହାତୀବନ୍ଧ ସାହିର ଏକ ଭଡ଼ା ଘରେ ଦୀର୍ଘଦିନ ଧରି ଚାଲୁଥିବା ସେକ୍ସ ରାକେଟକୁ ଠାବ କରିଛି ବୈଦ୍ୟନାଥପୁର ଥାନା ପୁଲିସ । ଅଚାନକ ଚଢ଼ଉ କରି ଦୁଇ ଯୁବତୀଙ୍କୁ ଉଦ୍ଧାର କରିବା ସହ ୩ଜଣ ଗ୍ରାହକଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତଙ୍କ ପରିଚୟ ପୁଲିସ ଗୋପନୀୟ ରଖିଛି । ଘଟଣାସ୍ଥଳରୁ ବହୁ ଅପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି ।

ମାଷ୍ଟରମାଇଣ୍ଡ ଜଣଙ୍କ ହାତୀବନ୍ଧ ସାହିରେ ବହୁ ଦିନ ଧରି ଦେହ ବେପାରରେ ଲିପ୍ତ ଥିବା ପୁଲିସକୁ ଖବର ମିଳିଥିଲା । ବୈଦ୍ୟନାଥପୁର ଥାନା ଅଧିକାରୀ ଜେ.କେ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଭଡ଼ା ଘରେ ଅଚାନକ ଚଢ଼ଉ କରି ସେକ୍ସ ରାକେଟ ଠାବ କରିଥିଲେ । ଏଥିରେ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଥିବା ପୁଲିସ କହିଛି । ଉଦ୍ଧାର ଯୁବତୀଙ୍କୁ ସୁଧାର ଗୃହକୁ ପଠାଯିବ ବୋଲି ଥାନା ଅଧିକାରୀ ଜଣାଇଛନ୍ତି ।


ସେୟାର କରନ୍ତୁ